‘ୱାର-୨’ରେ ହେବ ହ୍ରିତିକ୍‌-କିଆରାଙ୍କ ରୋମାନ୍ସ, ୨୦୨୫ରେ ହେବ ଫିଲ୍ମ ରିଲିଜ୍

Published By : Prameya-News7 Bureau | September 11, 2024 IST

ମୁମ୍ବାଇ ୧୧।୦୯:୨୦୨୫ରେ ବଡ଼ ପରଦାକୁ ଆସିବ ‘ୱାର୍‌-୨’ । ଏହି ବହୁଚର୍ଚ୍ଚିତ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ ରୋଶନ । ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ଏଜେଣ୍ଟ୍‌ କବୀର ଚରିତ୍ରରେ ନଜର ଆସିବେ । ତେବେ ତାଙ୍କ ସହ ଲିଡ୍‌ ଲେଡି ଭାବେ ନଜର ଆସିବେ କିଆରା ଆଡ଼ଭାନି ।

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ହ୍ରିତିକ କିଆରାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ ସିନେପ୍ରେମୀ ।

ଏହି ଆକ୍ସନ୍‌-ପ୍ୟାକ୍‌ ଫିଲ୍ମରେ ରୋମାନ୍ସର ତଡ଼କା ଦେବାକୁ ନିର୍ମାତା ଏକ ରୋମାଣ୍ଟିକ୍‌ ଗୀତର ସୁଟିଂ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ଗୀତର ସୁଟିଂ ଇଟାଲିରେ ହେବ, ଯେଉଁଥିରେ ହ୍ରିତିକ -କିଆରାଙ୍କ ଭରପୂର ରୋମାନ୍ସ ରହିବ । ପ୍ରୋଜେକ୍ଟ କାମ ଆଗକୁ ବଢ଼ିବା ସହିତ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଫିଲ୍ମକୁ ଆକ୍ସନ୍‌ଠୁ ଅଧିକ ରୋମାଣ୍ଟିକ୍‌ ଆଡ଼କୁ ନେଇଯାଉଛନ୍ତି । ଆସନ୍ତା ୧୮ ତାରିଖରେ ଗୀତର ସୁଟିଂ ଯୋଜନା ସେ ରଖିଛନ୍ତି । 

ଏହି ଗୀତ ଜରିଆରେ ନିର୍ମାତା ଇଟାଲିର କିଛି ଅଜଣା ସ୍ଥାନକୁ କ୍ୟାମେରା ଲେନ୍ସ ଜରିଆରେ ପରଦାକୁ ଆଣିବେ । ଇଟାଲିରେ ଫିଲ୍ମର ସୁଟିଂ ପାଇଁ ୧୫ ଦିନ ରଖାଯାଇଛି । ପ୍ରଥମ ୬ ଦିନରେ ଗୀତର ସୁଟିଂ ଶେଷ କରିବା ଆୟାନଙ୍କ ଉଦ୍ଦେଶ୍ୟ । ଆସନ୍ତା ବର୍ଷ ଅଗଷ୍ଟ ୧୪ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । ଫିଲ୍ମରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏଣ୍ଟ୍ରି ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.